ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ(ଡିଆର୍ଡିଓ) ଓ ଭାରତୀୟ ନୌସେନା ପକ୍ଷରୁଗୁରୁବାର ଅପରାହ୍ନ ୩ଟା ୧୯ ମିନିଟ୍ ସମୟରେ ଚାନ୍ଦିପୁରସ୍ଥିତ ଆଇଟିଆର ଲଞ୍ଚ୍ କମ୍ପ୍ଲେକ୍ସ-୩ରୁ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର(ଭିଏଲ୍-ଏସ୍ଆରସାମ)ର ସଫଳ ପରୀକ୍ଷଣ ହୋଇଯାଇଛି। ଭର୍ଟିକାଲ ଲଞ୍ଚର୍ରୁ ଏହାକୁ ଉତ୍କ୍ଷେପଣ କରାଯାଇଥିଲା, ଯାହା ଆକାଶରେ ଦ୍ରୁତଗତିରେ ଯାଉଥିବା ଟାର୍ଗେଟକୁ ଠିକ୍ ଭାବେ ପିଛା କରି ଲକ୍ଷ୍ୟଭେଦ କରିଥିଲା।ଏହି କ୍ଷେପଣାସ୍ତ୍ରକୁ ଏକ ମୋବାଇଲ ଲଞ୍ଚର୍ରୁ ପରୀକ୍ଷା କରାଯାଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରାଡାର ଓ ଆଇଟିଆର୍ର ଟେଲିମେଟ୍ରିରୁ ମିଳିଥିବା ତଥ୍ୟକୁ ସମୀକ୍ଷା ପରେ ଡିଆର୍ଡିଓର ବୈଜ୍ଞାନିକମାନେ ଏହି ପରୀକ୍ଷା ସଫଳ ହୋଇଥିବା କହିଛନ୍ତି।କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ଏବଂ ପୂରା ଟିମକୁ ପ୍ରଶଂସା କରିଛନ୍ତି। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସିଂହ କହିଛନ୍ତି।