ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଓମ୍ଫେଡ୍ ଭେଣ୍ଡିଂ ମେଶିନ ଆରମ୍ଭ ହେବ। ଏ ନେଇ ଓମ୍ଫେଡ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମ୍ଫେଡ଼ର ସମସ୍ତ ସାମଗ୍ରୀ । ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସାଇବାକୁ ଯୋଜନା କରିଛି ଓମ୍ଫେଡ଼ । ବିଏମ୍ସି ସହ ଏ ନେଇ ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ। ପରେ ୨୦ଟି ଭେଣ୍ଡି ମେଶିିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ ବୋଲି କୁଲାଙ୍ଗେ ସୂଚନା ଦେଇଛନ୍ତି। ତେବେ ବଜାରକୁ ଆସିଛି ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂଆ କ୍ଷୀର ପ୍ୟାକେଟର ଶୁଭାରମ୍ଭ କରିଛନ୍ତି ।
ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରାଯାଇଛି ।ପୂର୍ବରୁ ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ ନୀଳ ଓ ୨ ପ୍ରକାରର ଗୋଲାପୀ ରଙ୍ଗରେ ଉପଲବ୍ଧ ହେଉଥିଲା। ତେବେ ଏବେ କମଳା ରଙ୍ଗ ପ୍ୟାକେଟକୁ ନେଇ ଓମ୍ଫେଡ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ କହିଥିଲେ, ଏହା ଓମ୍ଫେଡ୍ର ନୂଆ ପ୍ରଡକ୍ଟ। ପୂର୍ବରୁ ଓମ୍ଫେଡ୍ର କମଳା ରଙ୍ଗ ପ୍ୟାକେଟରେ ଚା’ ସ୍ପେଶାଲ କ୍ଷୀର ମିଳୁଥିଲା। ମାତ୍ର ତାହାର ଭଲ ବିକ୍ରି ହେଉ ନ ଥିଲା। ଏହି ପ୍ରଡକ୍ଟ ହେଉଛି ତାହାର ହାୟର ଭର୍ସନ। ଏଥିରେ ଅଧିକ ଫ୍ୟାଟ୍ ରହିଛି, ଯାହାକୁ ଗୃହିଣୀ, ଚା ଦୋକାନୀ ସମସ୍ତଙ୍କୁ ପସନ୍ଦ ଆସିବ। ନୂଆ କ୍ଷୀର ପ୍ୟାକେଟ୍କୁ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ କ୍ଷୀର ପ୍ୟାକେଟ୍ରେ ଫ୍ୟାଟ୍ ୧ ପ୍ରତିଶତ ଅଧିକ ରହିଛି । କ୍ରିମ୍ ଏବଂ ଟେଷ୍ଟ ଭଲ ଅଛି । ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହେବ । ମାର୍କେଟ୍ ଚାହିଦା ଅନୁସାରେ ଏହାକୁ ଲଞ୍ଚ କରାଯାଇଛି ।