ଝାରସୁଗୁଡ଼ା ଏମଏସପି ପ୍ଲାଣ୍ଟରେ ପୁଣି ଦୁର୍ଘଟଣା ।

ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ କାରଖାନାରେ ଭର୍ତ୍ତି କରାଯାଇଛି।ଅନ୍ୟପଟେ ୨ ଜଣକ ମୃତ୍ୟ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅଲେଖ ଦେବା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।ସୋମବାର କାରଖାନାରେ ଧୁମ୍‌ଧାମ୍‌ରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚାନା କରାଯାଇଥିଲା।ମଙ୍ଗଳବାର କାରଖାନାରେ କାମ ଚାଳିଥିବା ବେଳେ କୌଣସି କାରଣ ଯୋଗୁ କମ୍ପାନୀରେ ଲାଗିଥିବା ଏକ ଷ୍ଟ୍ରକ୍ଚର ଖସି ପଡିଥିଲା।

ଅଧିକ ପଢନ୍ତୁ

kc ads