ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ।

ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ। ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏନେଇ ଅପରାହ୍ନ ୨ଟା ପରଠାରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛି ଏଏସଆଇ।

ତେବେ ଏଏସ୍‌ଆଇ ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବା ବେଳେ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସରଣରେ ହିଁ ଏହା କାର୍ଯ୍ୟ ହେବ। ରତ୍ନଭଣ୍ଡାର ମରାମତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ଵାଗତ କରାଯାଉଛି। ଯାଞ୍ଚ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବା ପାଇଁ ଆଜି ରାତ୍ର ୨ଟାରୁ ହେବ ଦ୍ୱାରଫିଟା କରାଯିବ ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ହୋଇ ୧୦ଟା ୩୦ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ ୧ଟାରୁ ୨ଟା ଦ୍ୱିତୀୟ ଭୋଗମଣ୍ଡପ ହେବ। ଅପରାହ୍ନ ୨ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେଥିପାଇଁ ଦିନ ଗୋଟାଏ ଠାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଅନ୍ୟପଟେ ଭକ୍ତମାନେ ସିଂହଦ୍ଵାରରେ ପ୍ରବେଶ କରି ବାଇଶିପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତରଦୁଆର ପଟେ ପ୍ରସ୍ଥାନ କରିପାରିବେ।

ଅଧିକ ପଢନ୍ତୁ