କଟକ ଦୁର୍ଗାପୂଜା ପାଇଁ ନୂତନ ନିୟମାବଳୀ ,ଭସାଣିରେ ବାଜିବନି ଡିଜେ ଓ ଫୁଟିବନି ବାଣ

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଛି। ଏଥିପାଇଁ କଟକରେ ବିଭିନ୍ନ ପୂଜା କମିଟିମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥର ଜିଲା ପ୍ରଶସନ ପକ୍ଷରୁ ପୂଜାରେ ଫାୟାର ଗନ କିମ୍ବା ଲେଜର ପ୍ରଦର୍ଶନ ଉପରେ ବାରଣ କରାଯାଇଛି। ଯେଉଁ ଦୁର୍ଗାପୂଜା କମିଟି ଲେଜର ଲାଇଟ କିମ୍ବା ଗନ ବ୍ୟବହାର କରିବେ ସେମାନଙ୍କ ବିରୋଧରେ ତତ୍କଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏପରିକି ବାଣ ବିକ୍ରି ସ୍ଥାନ ଉପରେ ପୁଲିସ ନଜର ରଖିବ ଏବଂ ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।ସେହିପରି ମା’ଙ୍କ ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି। ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ଅନୁମତି ରହିଛି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତରିକ୍ତ ଡିସିପି ସୂଚନା ଦେଇଛନ୍ତି।ଅଗ୍ନିଶମ ବିଭାଗ ପକ୍ଷରୁ କିଛି ସ୍ଥାନରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯିବା ସହ ପୂଜାପେଣ୍ଡାଲଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଆସନ୍ତା ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ କଟକରେ ଶାରଦୀୟ ଦୁର୍ଗାପୂଜା ପାଳିତ ହେବ।ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ପଦକ୍ଷେପ ନେଉଛି। ଜୋର୍ ଜବରଦସ୍ତ ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ଗ୍ରହଣ କରିଛି କମିଶନରେଟ ପୁଲିସ। ଏଭଳି ଚାନ୍ଦା ଆଦାୟ ସଂପର୍କରେ ଏକ ଟୋଲ ଫ୍ରି ନମ୍ବର ଜାରି କରାଯିବ। କିନ୍ତୁ ସ୍ୱେଚ୍ଛାକୃତ ଚାନ୍ଦାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଅତରିକ୍ତ ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଅଧିକ ପଢନ୍ତୁ