କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍। ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।ଗତ ୧୫ ତାରିଖ ରାତିରେ ବିଚ୍ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ୭ ରୋଡ଼ ରୋମିଓଙ୍କୁ ଚନ୍ଦକା ପୁଲିସ ଉଠାଇ ନେଇଥିବା ବେଳେ ଆଜି ସିନ୍ ରିକ୍ରିଏସନ୍ କରିଛି। କେଉଁ ଭଳି ପରିସ୍ଥିତିରେ ସେ ଦିନ ରାତିରେ ଗଣ୍ଡଗୋଳ ଘଟିଲା, କଣ ବଚସା ହୋଇଥିଲା ଏବଂ କାହିଁକି ସେ ସବୁ ଦିଗରେ କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ କରିଛି ପଚରାଉଚରା। ଉକ୍ତ ଦିନର ଘଟଣା ସୁଟିଂ ହୋଇଥିବା ଏକାଧିକ ମୋବାଇଲକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣା ସହ ଜଡ଼ିତ ସମସ୍ତ ମୋବାଇଲର କଲ ଡିଟେଲ୍ସ ରିପୋର୍ଟ (ସିଡିଆର) କ୍ରାଇମବ୍ରାଞ୍ଚ ମାଗିଛି।ଆସନ୍ତାକାଲି ଚୂଡାନ୍ତ ରିପୋର୍ଟ ଦାଖଲ ହେବ। ଘଟଣା ସମ୍ପର୍କରେ ଖୁବଶୀଘ୍ର ଡିଜିିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି। ଆଜି ୧୨୦ ବାଟାଲିୟନରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସେଦିନ ରାତିରେ ଭରତପୁର ଥାନାରେ କଣ ସବୁ ଘଟିଥିଲା ସେ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ଚାହିଁଛି ତଦନ୍ତକାରୀ ଟିମ୍।
