ଅଙ୍ଗନବାଡୀ କର୍ମୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଅଙ୍ଗନବାଡି କର୍ମୀ ମାଡରେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।ମହାପଦା ଗାଁର ଅଙ୍ଗନୱାଡି କର୍ମୀ ହେଉଛନ୍ତି ଉର୍ମିଳା ସାମଲ।
ସେ ଛୋଟ ଛୁଅଙ୍କୁ ନିୟମିତ ଅଣ୍ଡା ଦେଉନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଗାଁର ମହିଳାମାନେ ତାତିକି ଥିଲେ। ଗତ ୧୯ ଡାରିଖରେ ଉର୍ମିଳା ଅଙ୍ଗନୱାଡି କେନ୍ଦ୍ର ଅଫିସ୍ କାମ କରୁଥିଲେ। ଠିକ୍ ସେହି ସମୟରେ ଗାଁ କିଛି ମହିଳା ଅଙ୍ଗନୱାଡି କେନ୍ଦ୍ରରେ ପଶି ଉର୍ମିଳାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେଇଥିଲେ। ଉର୍ମିଳା ପ୍ରତିବାଦ କରିବାରୁ ମହିଳାମାନେ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ। ତା’ପରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ମହାପଦା ଗାଁରେ ପହଞ୍ଚିଥିଲେ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଓ କିଛି ଅଙ୍ଗନୱାଡ଼ି କର୍ମୀ। ମହିଳାଙ୍କୁ ବୁଝାସୁଝା କରିବା ପରେ ଉର୍ମିଳାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ।