ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’। ରବିବାର ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକ ପରେ ସର୍ବସମ୍ମତିକ୍ରମେ ତାଙ୍କ ଘୋଷଣା କରାଯାଇଛି। ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ। ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବାଡମିଣ୍ଟନ୍ ଖେଳାଳି ତନ୍ୱୀ ପତ୍ରୀ, ପ୍ରତ୍ୟେକଙ୍କୁ ଏହ ବର୍ଷ ଠାରୁ ୧ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୧.୫ ଲକ୍ଷ ଟଙ୍କା ଓ ମାନପତ୍ରରେ ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।