କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହର ଜିପିଆରଏସ ଲେଜର ସ୍କାନିଂ ସର୍ଭେ କରାଯାଇଛି। । ଏଥିସହ ଏଏସଆଇ ପକ୍ଷରୁ ତିନି ଜଣିଆ ବୈଷେୟିକ ଦଳ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ୧୦ ଫୁଟ ତଳୁ ଜିପିଆରଏସ ଲେଜର ସ୍କାନିଂ ସର୍ବେକ୍ଷେଣ କରିଛନ୍ତି।ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧୀକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ ଏହି ସର୍ଭେ କାର୍ଯ୍ୟ କରିଛନ୍ତି। ହାଇଦ୍ରାବାଦର ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନଜିଆରଆଇର ତିନି ଜଣିଆ ବୈଜ୍ଞାନିକ ଟିମ୍ ସର୍ଭେ କରୁଛନ୍ତି। ମାଟି ତଳେ କିଛି ଭଗ୍ନ ମନ୍ଦିର କି କୌଣସି ନିର୍ମାଣ ସୌଧ ରହିଛି କି ? ସେ ନେଇ ଟିକି ନିଖି ଅନୁଧ୍ୟାନ କରି ଭୂତଳ ସର୍ବେକ୍ଷେଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ସର୍ଭେ ପରେ ଜଣା ପଡିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ କଣ ରହିଛି । ଅତ୍ୟାଧୁନିକ ଜିପିଆରଏସ ଲେଜର ସ୍କାନିଂ ରିପୋର୍ଟ ମିଳିବା ପରେ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏଏସଆଇ ପକ୍ଷରୁ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଏଏସଆଇ ଅଧିକାରୀ ଶ୍ରୀ ଗଡନାୟକ ପ୍ରକାଶ କରିଛନ୍ତି ।