ଓଲଟି ପଡ଼ିଲା ଟ୍ରକ୍‌, ଲୋକେ ବୋହି ନେଲେ ସେଓ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା। ଟ୍ରକ୍‌ଟି ଦିଲ୍ଲୀରୁ ସେଓ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଯାଉଥିବା ବେଳେ ଡାହାଲା ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍‌ର ସାଇଡ୍ ୱାଲକୁ ଧକ୍କା ଦେଇଥିଲେ। ଟ୍ରକ୍‌ଟି ସାଇଡ ୱାଲକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଡାଲା ଓ କ୍ୟାବିନ ପୋଲ ତଳକୁ ଖସି ପଡ଼ିଥିଲା। କେବଳ ଚେଚିସ୍‌ ବ୍ରିଜ୍‌ ଉପରେ ରହିଥିଲା।ଦୁର୍ଘଟଣା ପରେ ଟ୍ରକରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସେଓକୁ ନେଇ ଗଲେ ସ୍ଥାନୀୟ ଲୋକେ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା, ଡାହାଲା ନିକଟ ରେ ଘଟିଛି ଦୁର୍ଘଟଣା। ଫଳ ବୋଝେଇ ଟ୍ରକ୍‌ଟି ପୂରା ନଷ୍ଟ ହୋଇଯାଇଥିଲେ ବି ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital