ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି ଟେଷ୍ଟ କରାଯିବ। SDJM କୋର୍ଟରେ ସହମତି ପ୍ରକାଶ କରିଛନ୍ତି । ଗୁଜରାଟରେ ହେବ ସମସ୍ତ ଟେଷ୍ଟ । ୪ ପୋଲିସ କର୍ମଚାରୀଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ପାଇଁ ଅନୁମତି ଲୋଡ଼ିଥିଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ବର SDJM କୋର୍ଟରେ ହାଜର ହୋଇଥିଲେ ପୋଲିସ କର୍ମଚାରୀ । ଏଥିପାଇଁ କୋର୍ଟର ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ନିମନ୍ତେ ଅନୁମତି ମିଳି ସାରିଛି ।ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ ।ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ ଟେଷ୍ଟ ସହିତ ନାର୍କୋ ଆନାଲିସିସ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ବି ହେବ । ତେବେ ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା।