କିଛି ଦିନ ତଳେ ସ୍ଥାନୀୟ ଅଁଳୋ ଠାରେ ଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ମାତ୍ର ସ୍ଥିତିରେ ସୁଧାର ନହେବାରୁ ତାଙ୍କୁ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣା ଯାଇଥିବା ବେଳେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅଁଳୋ ଗ୍ରାମର ୬୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ ହୋଇଛି ।ତେବେ ସାଧୁ ପ୍ରଭାକର ଗତ କିଛି ଦିନ ହେବ ନୟାଗଡ ଯାଇଥିଲେ। ସେଠାରୁ ଫେରି ସାଧୁ ପ୍ରଭାକର ଅସୁସ୍ଥ ହୋଇ ପଡିଥିଲେ ବୋଲି ଜଣାପଡିଛି।