ସାବଧାନ! ବଜାରରେ ମିଳୁଛି ଚାଇନା ରସୁଣ

୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସୁଣ ପୁଣି ଥରେ ବଜାରରେ ବିକ୍ରି ହେଉଛି। ଯେଉଁ ରସୁଣକୁ ଆପଣ ବଜାରରୁ ଦେଶୀ ଭାବିକି କିଣିକି ଘରକୁ ଆଣୁଛନ୍ତି ଏବଂ ରୋଷେଇ କରି ଖାଉଛନ୍ତି ତାହା କେମିକାଲରେ ପ୍ରସ୍ତୁତ ହୋଇଥିବା ଚାଇନା ରସୁଣ ହୋଇପାରେ। ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ରସୁଣର ଆକାର କିପରି। କାରଣ ଦେଶୀ ରସୁଣର ଆକାର ଛୋଟ, ଚାଇନା ରସୁଣ ଆକର ବଡ ହୋଇଥାଏ। ଦେଶୀ ରସୁଣ ପାଖୁଡା ଲବଙ୍ଗ ଭଳି ହୋଇଥିବା ବେଳେ ଚାଇନା ରସୁଣ ପାଖୁଡ ବଡ ବଡ ହେବା ସହ ମୋଟା ଏବଂ ଖୋଲା ହୋଇଥାଏ।ଯେତେବେଳେ ବି ଆପଣ ରସୁଣ କିଣୁଛନ୍ତି ଏକ ପାଖୁଡା ଭାଙ୍ଗି ବାସ୍ନା ବାରି କିଣନ୍ତୁ। ଦେଶୀ ରସୁଣର ବାସ୍ନା ତୀକ୍ଷ୍ଣ ଏବଂ ତୀବ୍ର ହୋଇଥାଏ, ଯେଉଁଠି ଚାଇନା ରସୁଣର ବାସ୍ନା ଅଧିକ ହୋଇନଥାଏ।

ଚାଇନା ରସୁଣ ଚୋପା ଛଡାଇବା ସହଜ ହୋଇଥାଏ। ତେଣୁ ଗୃହୀଣିମାନେ ଏହାକୁ କିଣିବାକୁ ପସନ୍ଦ କରନ୍ତି। ଦେଶୀ ରସୁଣକୁ ଛଡାଇବାରେ ସମୟ ଲାଗିଥାଏ।ଚାଇନାରେ ବ୍ୟାପକ ପରିମାଣରେ ରସୁଣ ଉତ୍ପାଦନ ହୋଇଥାଏ। ସେଠାରେ ରସୁଣ ଚାଷରେ ସିନ୍ଥେଟିକ୍‌‌ ପଦାର୍ଥ ବ୍ୟବହାର କରାଯାଏ। ଯାହାକି ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ। ଏଥିପାଇଁ ୨୦୧୪ରୁ ଭାରତରେ ଚାଇନା ରସୁଣକୁ ନିଷିଦ୍‌‌ଧ କରାଯାଇଛି। ଏହି ରସୁଣ ଖାଇବା ଦ୍ୱାରା ପେଟ ରୋଗ ବଢିବାର ଆଶଙ୍କା ରହିଛି। ଏହାସହ କିଡନୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଅଧିକ ପଢନ୍ତୁ

Odisha Darpan Digital