ଆସନ୍ତା ବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବା କନିଷ୍ଠ ମହାବିଦ୍ୟାଳୟରେ ୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ। ଅବଶିଷ୍ଟ ୮୦ ନମ୍ବର ପରୀକ୍ଷା ସିଏଚଏସଇ ପକ୍ଷରୁ ହେବ। ଉଭୟ ପରୀକ୍ଷା ନମ୍ବରକୁ ଏକତ୍ର କରି ଛାତ୍ରଛାତ୍ରୀଙ୍କୁ ପରିଷଦ ପକ୍ଷରୁ ପୂର୍ଣ୍ଣ ନମ୍ବର ମିଳିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ଏବଂ ଠିକ୍‌ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯାଉ ଥିବାରୁ ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇଣ୍ଟରନାଲ ପରୀକ୍ଷାରେ କେଉଁ ୟୁନିଟରୁ କେତେ ନମ୍ବର ପ୍ରଶ୍ନ ଆସିବ ତାହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକୁ ଅବଗତି କରାଯାଇଛି। ଏଥିସହିତ ପରିଷଦ ପକ୍ଷରୁ ସବଜେକ୍ଟିଭ ପ୍ରଶ୍ନ ଅପେକ୍ଷା ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ଓ ଅବଜେକ୍ଟିଭ ପ୍ରଶ୍ନ ଅଧିକ ଆଣିବା ପାଇଁ ପରିଷଦ ପକ୍ଷରୁ ଗୁରୁତ୍ବ ଦିଆଯାଇଛି

ଅଧିକ ପଢନ୍ତୁ