କଟକରେ ନୂଆ ସିପି ଏସ୍‌. ଦେବଦତ୍ତ ସିଂହଙ୍କ ତାଗିଦ୍

କଟକରେ ନୂତନ ସିପି ଡକ୍ଟର ସୁରେଶ ଦେବଦତ୍ତ ସିଂହ । ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଲେ ବୈଠକ । ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଆକ୍ସନ ନିଆଯିବ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି ସିପି। ସେ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯିବ। ନ୍ୟାୟ ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସିପି କହିଛନ୍ତି। ସେ କହିଛନ୍ତି, ଅଭିଯୋଗକାରୀ ଥାନାର ଅତିଥି, ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ଅପରାଧୀ ମାନଙ୍କୁ ପୋଲିସ କମିଶନର ଚେତାବନୀ ଦେଇଛନ୍ତି । ଅପରାଧ ଛାଡ଼ିଥିବା ବ୍ୟକ୍ତି ଅପରାଧ ନକରି ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟ ସ୍ରୋତକୁ ଫେରିଲେ ତାଙ୍କୁ ମିଳିବ କମିଶନରେଟ୍ ପୋଲିସ ସହାୟତା ସହ ସରକାରୀ ସୁବିଧା I ଅଭ୍ୟାସ ଗତ ଅପରାଧୀ ଅପରାଧ ଛାଡନ୍ତୁ I ନଚେତ୍ ଭୟଙ୍କର ସ୍ଥିତି ହେବ ।

ଅଧିକ ପଢନ୍ତୁ