ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା | ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ହେଲ୍ଥ କାର୍ଡ । ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବି ଏହି ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ । ଦାଦନ ଶ୍ରମିକଙ୍କୁ ବି ମିଳିବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାର ଫାଇଦା । ଆୟୁଷ୍ମାନରେ ୬୭ ଲକ୍ଷ ପରିବାର, ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ ହେବେ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।