ଓଡ଼ିଶାରେ ଦେଖାଗଲା ‘ସି/୨୦୨୩ ଏ-୩’ ଧୂମକେତ

ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ସି/୨୦୨୩ ଏ-୩’ଧୂମକେତୁଟିଅକ୍ଟୋବର ମାସ ୧୫ ରୁ ୨୦ ତାରିଖଖାଲି ଆଖିକୁ ଦେଖାଯିବରସଂଭାବନା ରହିଛି। ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲିକିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି।ଅକ୍ଟୋବର ମାସ ୧୨ ତାରିଖରେପ୍ରାୟ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ।୧୫ତାରିଖ ସନ୍ଧ୍ୟା ୬:୧୫ ସମୟରେପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୬ଡିଗ୍ରୀ ଉପରେ ଏହା ଦେଖାଯିବ।ପରେ ଧିରେଧିରେ ତଳଆଡ଼କୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ।ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତାକୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍‌ସା ଲାଞ୍ଜଟିଏ ଦେଖାଯିବ। ବିଭିନ୍ନ ଫଟୋ ବା ଟିଭିରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେବଡ ଓ ଉଜ୍ଜଳ କେବେବି ଖାଲି ଆଖିକୁ ଦେଖାଯିବ ନାହିଁ।ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଫଟୋ ଓ ଚିତ୍ର ଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇ କମ୍ପ୍ୟୁଟର୍‌ରେ ପ୍ରକ୍ରିୟାକରଣ କରାଯାଇଥାଏ।

ଅଧିକ ପଢନ୍ତୁ