ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ ସୂଚନା ପାଇ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ଘଉଡ଼ାଇବା କାର୍ଯ୍ୟ ଚାଲିଥିଲା।ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ପାଲଟା ଆକ୍ରମଣ କରିଛି। ତା’କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବନ କର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଏଥିରେ ୨ ଜଣ ଯାକ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର କୁଳିପୋଷ ରେଞ୍ଜର ହଳଦୀକାଞ୍ଚି ଗାଁରେ ଘଟିଛି ।ଗୋଟିଏ ହାତୀ ସିଧା ଗଜ ସାଥୀ ସନ୍ତୋଷ ମୁଣ୍ଡା ଓ ବନରଖି ସନ୍ତୋଷ ମୁଣ୍ଡାଙ୍କୁ ଟେକି କଚାଡ଼ି ଦେଇଥିଲା। ତେବେ ସେମାନଙ୍କ ଉପରେ ଚଢ଼ି ନଥିଲା। ଉଭୟଙ୍କୁ ଗାଁ ଲୋକ ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ହାତୀ କବଳରୁ ଉଦ୍ଧାର କରିଥିଲେ।ସେମାନଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ଗଜ ସାଥୀ ସନ୍ତୋଷ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଅଧିକ ଚିକିତ୍ସା ଆରମ୍ଭ କରାଯାଇଛି।