ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ମନା

ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ । ସମସ୍ତେ ଏଣେତେଣେ ଅଳିଆ ନପକାଇ ଡଷ୍ଟବିନରେ ହିଁ ପକାଇବେ । ଦିନକୁ ୨ ଥର ଅଳିଆ ଗାଡି ସବୁ ପେଣ୍ଡାଲ ବୁଲିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ ହେବା ସହ ସୂଚନା କେନ୍ଦ୍ର ରହିବ । ଏହା ସହ ବିସର୍ଜନ ପାଇଁ ୫ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।ପୂଜା ପୂର୍ବରୁ ରାଜଧାନୀର ରାଜରାସ୍ତା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ତେବେ ଏଗୁଡ଼ିକର ମରାମତି ଏବେ ଦ୍ରୁତଗତିରେ ଚାଲିଛି।

ଅଧିକ ପଢନ୍ତୁ

Odisha Darpan Digital