ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ନିର୍ମାଣ ନେଇ ଯୋଜନା ରଖାଯାଇଛି । ସେହିପରି ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।ଗତ ୧୦ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର ଓ ରାଉରକେଲା ସହରରେ ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢିଛି । ରିଜିଓନାଲ ଏୟାରପୋର୍ଟର କିଭଳି ଉନ୍ନତି କରଣ କରାଯିବ ସେ ନେଇ ପ୍ରଚେଷ୍ଟା ଚାଲିଛି ।