ଶିମିଳିପାଳ ଜଙ୍ଗଲରେ ବୁଲୁଛି ବିରଳ କଳା ବାଘ। ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ। ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବ ଏହି କଳାବାଘ ସଫାରୀ । ଏଥିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ବୋଲି ସୂଚନା ରହିଛି ।