Dtd -04/10/24- ସରକାରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ରାୟଗଡାର ଧନ୍ଦାମୂଳକ ଶିକ୍ଷା ଅନ୍ତର୍ଗତ ପ୍ଲମ୍ବିଙ୍ଗ ହାର୍ଡୱେର ଟ୍ରେଡ ଛାତ୍ରଛାତ୍ରୀଙ୍କ ସ୍ଥାନୀୟ ରିତମ ବିଶ୍ୱବିଦ୍ୟାଳୟ ଠାରେ ଔଦ୍ୟୋଗିକ ପରିଭ୍ରମଣ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଛାତ୍ର,ଛାତ୍ରୀ ବହୁ ଉତ୍ସାହ ସହ ଯୋଗ ଦେଇ ନୂତନ ଜ୍ଞାନ କୌଶଳ ର ଆବଶ୍ୟକତା ଏବଂ ଉପଯୋଗୀତା ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏଥିରେ ରିତମ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଫେସର ଏସ .ଶ୍ରୀ ନିବାସ, ସହଯୋଗୀ କିଶନ କୁମାର, କରୁଣାକର କର୍କରିଆ , ସନତ କୁମାର ପଣ୍ଡା, ଅଞ୍ଜଳୀ ସାରକା, ସମେତ ସମସ୍ତ କର୍ମକତ୍ରା ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ ତଥା ଏମ.ମୁରଲୀ ଓ ଧନ୍ଦାମୂଳକ ଶିକ୍ଷା ର ଦୁଇ ପ୍ରଶିକ୍ଷକ ଶ୍ରୀ ଅଜୟ କୁମାର ମିଶ୍ର ଓ ଶୁଶ୍ରୀ ଜୟଶ୍ରୀ ବେହେରା ତଥା ବିଦ୍ୟାଳୟର ଅନ୍ୟ ଶିକ୍ଷକ ସୁନିଲ କୁମାର ମହନ୍ତ ଓ ଭୋକେସନାଲ ସଂଯୋଜକ କମୋଲ ଲୋଚନ ଦିଗାଲ ପରିଚାଳନା କରିଥିଲେ l
