ଓଡିଶା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ଓ ସୁରକ୍ଷାବାହୀନି ମୁହାମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାବାହୀନି କୁ ମିଳିଛି ବଡ ସଫଳତା | ନାରାୟଣପୁର ଏବଂ ଦାନ୍ତେୱାଡ଼ା ବର୍ଡର ନିକଟରେ ଏହି ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ ଏହି ଏନକାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ଆଇଜି ମଧ୍ୟ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ପୋଲିସ ସୂଚନା ମୁତବାକ ସୁରକ୍ଷାକର୍ମୀ ନିୟମିତ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀ ଆଗକୁ ବଢିବା ବେଳେ ନକ୍ସଲ ପ୍ରଥମେ ଗୁଳିମାଡ଼ କରିଥିଲେ । ଏହାପରେ ଯବାନ ପାଲଟା ଜବାବ ଦେଇଥିଲେ । ଘଟଣା ସ୍ଥଳରୁ AK47 ଓ SLR ସହ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅବୁଜମାଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଦାନ୍ତେୱାଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ୱିଂ ଅପରେସନ ।