୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ବୁଧବାର ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଅନେକ ମହତ୍ବାକାଂକ୍ଷୀ ଯୋଜନାକୁ ମଞ୍ଜୁରୀ ମିଳିଛି। ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଳ୍ୟାଣ ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାମର ବିକାଶ ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର କ୍ୟାବିନେଟ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ୪୪୦୬ କୋଟି ଟଙ୍କାରେ ୨୨୮୦ କିଲୋମିଟରର ସଡକ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଆସନ୍ତା ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ ସେହିଭଳି ଅନ୍ୟ କଲ୍ୟାଣକାରୀ ଯୋଜନା ଅନୁଯାୟୀ, ମଧ୍ୟାହ୍ନ ଭୋଜନ, ପିଏମ ପୋଷଣ ଯୋଜନା, ଆଇସିଡିଏସ, ଆକାଂକ୍ଷାର ସବୁ ଯୋଜନା ଅନୁଯାୟୀ ପୋଷକ ତତ୍ତ୍ବ ଯୁକ୍ତ ଚାଉଳର ଯୋଗାଣ ମଧ୍ୟ ଜୁଲାଇ ୨୦୨୪ ଡିସେମ୍ବରରୁ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ମିଳିଛି।

ଅଧିକ ପଢନ୍ତୁ

kc ads