ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ଗତ ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେହ ତ୍ୟାଗ କରିଛନ୍ତି। ସେ ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।ତେବେ ଦେଶ ତାଙ୍କୁ କେବେବି ଭୁଲି ପାରିବ ନାହିଁ। ରତନ ଟାଟା ଭାରତୀୟ ଇଣ୍ଡଷ୍ଟ୍ରିର ଜଣେ ବଡ଼ ବ୍ୟକ୍ତିତ୍ୱ । ସେ ୧୯୯୧ ରେ ଭାରତର ଅନ୍ୟତମ ବୃହତ୍ତମ ଏବଂ ପ୍ରଭାବଶାଳୀ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପ୍ ବିଶ୍ୱସ୍ତରରେ ବିସ୍ତାର କରି ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲା ଏବଂ ଟାଟାକୁ ଏକ ମୁଖ୍ୟ ଘରୋଇ ସଂସ୍ଥାରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲା।