ବିଜନେସ୍ ଟାଇକୁନ୍ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସମବେଦନା ଜଣାଇଛନ୍ତି।ସେ ‘X’ ଜରିଆରେ କହିଛନ୍ତି ଯେ, ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଦୂରଦ୍ରଷ୍ଟା ଥିଲେ । ଯାହାକୁ ଏବେ ପୁରା ଦେଶ ହରାଇଛି । ଦେଶରେ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଏହାସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ତିମ ଦର୍ଶନ ପାଇଁ ରତନଙ୍କ ପାର୍ଥୀବ ଶରୀରକୁ ମୁମ୍ବାଇ ନ୍ୟାସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟସ୍ ହଲରେ ରଖାଯିବ । ଆଜି ସକାଳ ୧୦ଟାରୁ ଦିନ ସାଢେ ୩ଟା ଯାଏଁ ଲୋକେ ତାଙ୍କ ଶେଷ ଦର୍ଶନ କରିପାରିବେ ।