ନୟାଗଡ଼,(ଓଡ଼ିଶା ଦର୍ପଣ) ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, “ସେବା”, ନୟାଗଡ ଠାରେ “ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ” ପାଳିତ ହୋଇଯାଇଅଛି । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ମାନସିକ ଅବସାଦ ଗ୍ରସ୍ତ ଅନ୍ତେବାସୀ ମାନଙ୍କର ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ତତ୍ପରେ ଅନ୍ତେଃବାସୀ ମାନକୁ ନେଇ ଆଇନଗତ ସହାୟତା ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ଅନ୍ତେବାସୀ ମାନଙ୍କ ସ୍ଵାଗତ ସଙ୍ଗୀତ ସହିତ, ସେବା ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଅତିଥି ସମ୍ବର୍ଦ୍ଧନା କରିଥିଲେ । ଆଇନଜୀବୀ ରଣଜୀତ ଦାସ ସେବା ଅନୁଷ୍ଠାନର ସେବା ମନୋବୃତି ଏବଂ ସୋହମ ର ସମ୍ପାଦକ କାମାକ୍ଷା ପ୍ରସାଦ ଦାସ ଅନ୍ତେଃବାସୀମାନଙ୍କର ମାନସିକ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ । ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ମାନସିକ ଅବସାଦ ଗ୍ରସ୍ତ ମାନଙ୍କର ଜୀବନଶୈଳୀ, ପୋସ୍କୋ, ପୋସ ଏବଂ ମାନସିକ ଅବସାଦଗ୍ରସ୍ତ ମାନେ ଯୌନ ଶୋଷଣର କିପରି ଅଭିବ୍ୟକ୍ତ କରିପାରିବେ ତାହା ବର୍ଣନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏ ଦିଗରେ ସର୍ବଦା ସାହାର୍ଯ୍ୟ ପାଇଁ ଜାଗ୍ରତ ବୋଲି ଦର୍ଶାଇଥିଲେ । ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ମାନସିକ ଅବସାଦ ଗ୍ରସ୍ତ ବ୍ୟବସ୍ଥା -୨୦୧୫ ର ବହୁବିଧ ବ୍ୟବସ୍ଥା – ସାମ୍ବିଧାନିକ ସୁରକ୍ଷା, ବାସସ୍ଥାନ, ଚିକିଚ୍ଛା ଓ ଆଇନଗତ ସହାୟତା ଉପରେ ଆଲୋକପାତ କରିଥିଲେ । ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ସେବା ସଂସ୍ଥା ଦ୍ବାରା ପ୍ରଦାନ କରାଯାଇଥିବା ସୁବିଧା ଦର୍ଶାଇଥିଲେ ।
ଦୃଷ୍ଟି ବାଧିତ ଶୁଭଶ୍ରୀ, ଲିଟନ ସୁନ୍ଦରା ଏବଂ ଅଧ୍ୟାପକ ଅଜିତ କୁମାର ସୁବୁଦ୍ଧି ଏବଂ ଅନ୍ୟାନ୍ୟ ଅନ୍ତେଃବାସୀମାନଙ୍କର ସଙ୍ଗୀତ, ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ମାନସିକ ଅବସାଦିତଙ୍କୁ ସେବା ଓ ସହାୟତା ଯୋଗାଇବା ଆମର ପରମ କର୍ତବ୍ୟ ବୋଲି ବର୍ଣ୍ଣନା କରିଥିଲେ । ସେବାର ଅନ୍ତେବାସୀ, ପ୍ରଶିକ୍ଷକ, ଗ୍ରାମ୍ୟ ସହାୟତା କର୍ମୀ ଓ ପ୍ରାଧିକରଣର କର୍ମଚାରୀ ପ୍ରମିଳା ମଲିକ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । “ସେବା”ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା, ମାନସିକ ଅବସାଦିତ ମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀ, ପୋଲିସ କର୍ମଚାରୀ, ଓ ଆଇନଜୀବୀ ମାନଙ୍କୁ ସଚେତନତା କରିବା ଆବଶ୍ୟକ ବୋଲି ମତ୍ତ ପୋଷଣ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।