ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହୋଇଛି ବିଲଡର ଓ ଫିଲ ପ୍ରଯୋଜକ ନିରଞ୍ଜନ ରଣା । ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ରହିଛି |ଖବର ଅନୁଯାୟୀ, ଜମି ଦେବା ନାଁରେ ଲୋକଙ୍କୁ ଠକେଇ କରିଥିଲେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା । ଏପିରିକି ଏହି ଟଙ୍କାରେ ଫିଲ୍ମ ମଧ୍ୟ ନିର୍ମାଣ କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ଟଙ୍କା ନେବା ପରେ ଆଉ ଲୋକଙ୍କୁ ଧରାଛୁଆଁ ଦେଉନଥିଲେ । ଅଭିଯୋଗ ପରେ ପୋଲିସ ନିରଞ୍ଜନ ରଣାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଶେଷରେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଲିଅନ୍ତା ପୋଲିସ ।ନିରଞ୍ଜନଙ୍କ ବିରୋଧରେ ୭ ଜାମିନ ବିହୀନ ଗିରଫ ପରୱାନା ସହ ୩୫ଟି ମାମଲା ରହିଛି । ଭୁବନେଶ୍ୱର ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।