ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ ଅପହୃତ ଶିଶୁପୁତ୍ରଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିଛି।ନୂଆପଡା କୋମନା ଥାନା ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ନିକଟରୁ ଉଦ୍ଧାର କଲା କୋମନା ପୋଲିସ । ଗିରଫ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମଣ୍ଡଲା ଗାଁର ପଦ୍ମିନୀ ମାଝୀ ଏବଂ ଲଖନା ଗାଁର ଦୁର୍ୟୋଧନ ବରିହା । ଗତ ସେପ୍ଟେମ୍ବର ୨୯ରେ ପଦ୍ମିନୀ ମାଝୀ ନିଜ ପ୍ରେମିକ ଦୁର୍ଯ୍ୟୋଧନ ବରିହାଙ୍କ ସହ ୫ ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିଲେ । ମିଳିଥିବା ସୂଚନାରୁ ଅନୁସାରେ ବଲାଙ୍ଗିର ଜିଲ୍ଲା ମଣ୍ଡଳ ଗାଁର ପଦ୍ମନୀ ମାଝୀ ଓ ନୂଆପଡା ବାଞ୍ଜିପଡ଼ା ଗ୍ରାମର ଦୁର୍ଯୋଧନ ବରିହା ଉଭୟ ବିବାହିତ। ଉଭୟଙ୍କର ଘର ସଂସାର ଓ ପିଲା ଛୁଆ ଅଛନ୍ତି। ତଥାପି ଉଭୟ ପ୍ରେମରେ ପଡ଼ିଥିଲେ। ଭିକ୍ଷା ବୃତ୍ତିରେ ନିୟୋଜନ ପାଇଁ ପିଲା ଚୋରି କରିଥିଲେ। ଆନ୍ଧ୍ରପ୍ରଦେଶରେ ବିଭିନ୍ନ ମନ୍ଦିରରେ ଭିକ୍ଷା ବୃତ୍ତିରେ ନିୟୋଜନ ପାଇଁ ପିଲାକୁ ଚୋରି କରିଥିବା ଜେରା ବେଳେ ଉଭୟ ସ୍ୱୀକାର କହିଥିବା ପୁଲିସ୍ କହିଛି। ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷରେ ଅପହରଣ ହୋଇଥିବା ୫ ବର୍ଷୀୟ ବାଳକ ହୃଦାସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି। ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।