ନୟାଗଡ଼, (ଓଡ଼ିଶା ଦର୍ପଣ): ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଅକ୍ଟୋବର ୨୨ରୁ ୨୪ ଯାଏଁ ରୁଷିଆର କଜାନ୍ଠାରେ ‘ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪’ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଯୋଗ ଦେଉଛନ୍ତି। ଓଡ଼ିଶାରେ ପ୍ରକାଶନ ବ୍ୟବସାୟକୁ ଏକ ଶିଳ୍ପରେ ପରିଣତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିଥିବା ଶ୍ରୀ
ପଣ୍ଡା ନିଜର କାହାଣୀ ଓ ଉପନ୍ୟାସ ପାଇଁ ମଧ୍ୟ ବେଶ୍ ପରିଚିତ। ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ପଣ୍ଡାଙ୍କ ନିଜ ଘର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ହୋଇଥିବା ବେଳେ ତାଙ୍କର ଏହି ବିରଳ ସଫଳରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।