ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ସୋମବାର ବିସ୍ଫୋରଣ ଘଟିଛି। ବ୍ଲାକ ଫରନେସ ଫାଟିବା ସହ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଛି। ଘଟଣାରେ କେହି ମୃତାହତ ହୋଇ ନଥିବା ଜିନ୍ଦଲ ପକ୍ଷରୁ ସୂଚନା। କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।ଜରୁରୀକାଳୀନ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣରେ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି ବିବେକାନନ୍ଦ ମହନ୍ତ କହିଛନ୍ତି, କମ୍ପାନୀର ଗ୍ୟାସ୍‌ ପାଇପ୍‌ରେ ବିସ୍ଫୋରଣ ହୋଇଥିଲା। ସଫେଇ କାର୍ଯ୍ୟ ବେଳେ ଗ୍ୟାସ୍‌ ପାଇପ୍‌ ଫାଟି ଯାଇଥିଲା।ଘଟଣାସ୍ଥଳରେ କେଉଁ ଶ୍ରମିକ ଏବଂ କେତେ ଜଣ କାମ କରୁଥିଲେ ତାହା ବିଷୟରେ ସୂଚନା ମଧ୍ୟ ମିଳିପାରିନାହିଁ।

ଅଧିକ ପଢନ୍ତୁ

Odisha Darpan Digital