ଦଶହରାରୁ ନିଖୋଜ ଥିଲେ ଯୁବତୀ, ପୋଖରୀରୁ ମିଳିଲା ମୃତଦେହ

ଦଶହରାରୁ ନିଖୋଜ ଥିଲେ ଯୁବତୀ । ଏବେ ପୋଖରୀରୁ ମିଳିଲା ମୃତଦେହ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମର ହେମନ୍ତ କରଙ୍କ ୨୩ ବର୍ଷ ବୟସ୍କା ଝିଅଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ରବିବାର ଦିନ ସେ ନିଖୋଜ ଥିଲେ । ଦଶହରା ଥିବାରୁ ଝିଅ ବୁଲିବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ । ଅଧିକ ରାତି ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ନ ପାଇବାରୁ ପରେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଘର ଠାରୁ କିଛି ଦୂର ଦାଣ୍ଡିଆପଦା ଡୋଜର ପୋଖରୀରୁ ଝିଅର ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ ।। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦେ ପାଇଁ ଭଦ୍ରକ ପଠାଇ ଦେଲା । ତାପରେ ତଦନ୍ତ ଆରମ୍ଭ କରିଛି । ତେବେ ତାର ମୃତ୍ୟୁକୁ ନେଇ ଚାଲିଛି ଅନେକ ଚର୍ଚ୍ଚା ପ୍ରମେଜନିତ କାରଣରୁ ର୍ବଷା ଏମିତି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ନା ତାଙ୍କୁ କେହି ପୋଖରୀକୁ ଠେଲି ମାରି ଦେଇଛନ୍ତି ତାକୁ ନେଇ ସନ୍ଦହେ ସୃଷ୍ଟି ହୋଇଛି ସମସ୍ତଙ୍କ ମନରେ । ପୋଲିସ ଅଧିକ ତଦନ୍ତ କରୁଛି । ଘର ଲୋକ ଏବଂ ପଡ଼ୋଶୀଙ୍କୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରୁଛି । ହେଲେ ଏଯାଏ ସ୍ପଷ୍ଟ ହୋଇନି ବର୍ଷାର ମୃତଦେହ ପୋଖରୀକୁ ଆସିଲା କେମିତି ?

ଅଧିକ ପଢନ୍ତୁ