ସ୍ୱର୍ଗତ ପ୍ରଭାତ ଚନ୍ଦ୍ର ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଲେ ପରିବାର ବର୍ଗ ଓ ବନ୍ଧୁ ପରିଜନ

ରାୟଗଡ଼ – ରାୟଗଡ଼ ସହର ନିବାସୀ ଅବସର ପ୍ରାପ୍ତ ଫରେଷ୍ଟ ଗାର୍ଡ ପ୍ରଭାତ ଚନ୍ଦ୍ର ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପରିବାର ବର୍ଗ ଓ ବନ୍ଧୁ ପରିଜନ।ରାୟଗଡ଼ ସହର ସୁଣ୍ଡି ସାହିସ୍ଥିତ ନିଜ ବାସ ଭବନରେ ପ୍ରଭାତ ଚନ୍ଦ୍ର ପଟ୍ଟନାୟକ ଚଳିତ ମାସ ୪ତାରିଖ ସୁକ୍ରୁବାର ଦିନ ହୁର୍ଦ୍ଧଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ବର୍ଗ। ମୃତ୍ୟୁ ବେଳକୁ ତାଙ୍କୁ 76ବର୍ଷ ହୋଇଥିଲା । ଏଥି ପୂର୍ବରୁ ସ୍ଵର୍ଗତ ପଟ୍ଟନାୟକ ଥରେ/ଦୁଇଥର ହୁର୍ଦ୍ଧଘାତର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ପରିବାର ବର୍ଗଙ୍କ ଦ୍ଵାରା ଉଚିତ୍ ସ୍ବାସ୍ଥ୍ୟ ସେବା ଓ ଉନ୍ନତ ମାନର ଚିକିତ୍ସା ସେବା ଦ୍ବାରା କିଛି ବର୍ଷ ବଞ୍ଚିବାର ସୁଯୋଗ ପାଇଥିଲେ।ଘରେ ପରିବାର ବର୍ଗଙ୍କ ଦ୍ଵାରା ବେଶ୍ ସୂଚାରୁ ରୁପେ ସ୍ବାସ୍ଥ୍ୟସେବା ଅତି ଯତ୍ନର ସହିତ କରାଯାଉଥିଲା। ସ୍ଵର୍ଗତ ପ୍ରଭାତ ପଟ୍ଟନାୟକ ୪ତାରିଖ ସୁକୃବାର ଦିନ ଗାଧୋଇବାକୁ ଯାଇ ଗାଧୋଇବା ଘରୁ ବାହାରିବା ବିଳମ୍ବ ହେଇଥିବା ଦେଖି ପରିବାର ବର୍ଗ ଯାଇ ଦେଖିଲା ବେଳକୁ ଗାଧୁଆ ଘରେ ପଡ଼ି ରହିଥିଲେ। ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଲା ପରେ, ଡାକ୍ତର ତାଙ୍କ ପ୍ରାଣବାୟୁ ଉଡି ଯାଇଛି ବୋଲି ପରିବାରଙ୍କୁ ସୂଚନା ଦେଇଥିଲେ।ସ୍ଵର୍ଗତ ପ୍ରଭାତ ଚନ୍ଦ୍ର ପଟ୍ଟନାୟକଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ସ୍ଵର୍ଗତ ପଟ୍ଟନାୟକଙ୍କ ବିୟୋଗ ସମୟରେ ଧର୍ମ ପତ୍ନୀ ପାର୍ବତୀ ପଟ୍ଟନାୟକ ଏବଂ ତିନି ପୁଅ ଦେଵୀ ପ୍ରସନ୍ନ ପଟ୍ଟନାୟକ, ଦେଵୀ ପ୍ରସାଦ ପଟ୍ଟ ନାୟକ, ଦେଵୀ ଦାସ ପଟ୍ଟନାୟକ ଏଵଂ ଜୁଇଁ ଉମାଶଙ୍କର ପାତ୍ରଙ୍କ ସମେତ ବନ୍ଧୁ ପରିଜନ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ସ୍ଵର୍ଗତ ପ୍ରଭାତ ଚନ୍ଦ୍ର ପଟ୍ଟନାୟକ ଜଣେ ମେଳାପି, ନିଃସ୍ଵାର୍ଥପର, ନିଷ୍କପଟ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସ୍ଵଳ୍ପ ଦରମାରେ ପରିବାର ଚଳାଇ ପିଲାଙ୍କୁ ପାଠ ପଢ଼ାଇ ସଂଘର୍ଷମୟ ଜୀବନରେ ବହୁତ କଷ୍ଟ କରି ନିଜ ତିନି ପୁଅଙ୍କୁ ଉଚ୍ଚ ଶିକ୍ଷା ଦେଇଛନ୍ତି। ଓଡ଼ିଶା ପୋଲିସ ସେବାରେ ତିନି ପୁଅ କାର୍ଯ୍ୟରତ ଥିବା ବେଳେ, ଦୁଇ ବୋଉ ମଧ୍ୟ ଓଡ଼ିଶା ପୋଲିସ ସେବାରେ ହିଁ କାର୍ଯ୍ୟରତ ଅଛନ୍ତି। ବଡ ବୋଉ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ଵର୍ଗତ ପ୍ରଭାତ ପଟ୍ଟନାୟକ ସମାଜରେ ପରିବାର ସମ୍ମାନ ଓ ପ୍ରତିଷ୍ଠା ବଢ଼ାଇବା ସହ ନିଜ ଚାକିରି ଜୀବନରେ ଅନେକ ବେକାର ଯୁବକ ମାନଙ୍କୁ ସେ ସ୍ବାବଲମ୍ବୀ କରିବା ସହ ନିଶାରୁ ନିବୃତ ରହିବା ପାଇଁ ଶିକ୍ଷା ଦେଉଥିଲେ। “ମଣିଷର ଭଲ ମନ୍ଦ ବାଣୀ ମରଣେ କାଳେ ତାହା ଜାଣି” ବୋଲି କହିଲା ଭଳି ଉତ୍ତମ ବ୍ୟକ୍ତିର ବ୍ୟକ୍ତିତ୍ଵ ଜାଣି ଅଞ୍ଚଳ ବାସି ଝୁରୁଛନ୍ତି ଏବଂ ଆମ ଅଞ୍ଚଳରେ ଥିବା ପ୍ରଭାତ ର ସୂର୍ଯ୍ୟ କୁ ରାତ୍ରିର ଅନ୍ଧକାରରେ ଆମେ ହଜାଇ ଦେଇଛୁ ବୋଲି ମନେ କରୁଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ଶୋଭାରେ ରାୟଗଡ଼ ଜିଲ୍ଳାର ବରିଷ୍ଠ ପୋଲିସ ଅଧିକାରୀ, ଆଇନଜିବୀ, ସମାଜ ସେବୀ ଓ କିଛି ଗଣ ମାଧ୍ୟମ ପ୍ରତିନିଧି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ଶୋଭାରେ ସ୍ଥାନୀୟ ବାସିନ୍ଦା ସ୍ଵର୍ଗତ ପ୍ରଭାତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ଅଧିକ ପଢନ୍ତୁ