ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। ପାଞ୍ଚ ଶହ ଟଙ୍କା ପକେଟରେ ଧରି ଗଲେ ମଧ୍ୟ ଭର୍ତ୍ତି ହେଉ ନାହିଁ ପରିବା ବ୍ୟାଗ। କାରଣ ଯାହାକୁ ଛୁଇଁବେ କିଲୋ ୬୦ ରୁ ଅଧିକ । ପୋଟଳ ହେଉ କି ବାଇଗଣ । ୬୦ ରୁ ଶହେ ପର୍ଯ୍ୟନ୍ତ ଦର ଏପଟ ସେପଟ ହେଉଛି ପ୍ରତିଦିନ। ଗୋଟେ ପଟେ ଆଳୁ ଓ ପିଆଜ ଦର୍ ଆଉ ଖସିବାର ନାଁ ନେଉ ନ ଥିବା ବେଳେ, ସବୁଜ ପନି ପରିବାର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଛତ୍ର ବଜାରରେ ଯେଉଁ ପରିବା ୬୦-୭୦ କିଲୋ ବିକ୍ରି କରାଯାଉଛି, ସହରର ଗଳି କନ୍ଦି ଦୋକାନରେ ତାହା ବିକ୍ରି ହେଉଛି ୮୦ ଟଙ୍କାରେ।