ଚଳିତ ବର୍ଷ ପୁଣି ଥରେ କାଳୀ ପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି । କାହିଁକିନା ସାଧାରଣଃ ଗୋଟିଏ ଦିନରେ ହିଁ କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଳନ କରାଯାଏ । ହେଲେ ଚଳିତ ବର୍ଷ ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟା ଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ। ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ଅକ୍ଟୋବର ୩୧ ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ମଧ୍ୟ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ତେବେ ନଭେମ୍ବର ୧ରେ ଅମାବାସ୍ୟା ଉଦୟ ପର୍ବରେ ଥିବାରୁ ଶ୍ରୀମନ୍ଦିରରେ ସେହିଦିନ ପୟାଶ୍ରାଦ୍ଧ ସହ ଦୀପାବଳି ଅମାବାସ୍ୟା ପଳନ କରାଯିବ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ସମ୍ପାଦକ କହିଛନ୍ତି ।