୧୯୯୯ ମସିହା ମହାବାତ୍ୟା କୁ ପୁରିଛିି ୨୫ ବର୍ଷ ।

୧୯୯୯ ମସିହା ଆଜିର ଦିନରେ ଓଡିଶା ଦେଖିଥିଲା ମହାବାତ୍ୟା। ଆଜି ବି ସେଦିନ କଥା ମନେ ପଡିଲେ ଲୋମ ଟାଙ୍କରୀ ଉଠେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଆଜି ବି ଅନେକ ଲୋକ ମହାବାତ୍ୟାର ସେହି କରାଳ ରୂପକୁ ଭୁଲିପାରିନାହାନ୍ତି।ଛାତି ଥରିଉଠେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ରହୁଥିବା ଲୋକଙ୍କର । ମେଘ ସାଙ୍ଗକୁ ପବନ ରଚିଥିଲା ଧ୍ୱଂସଲୀଳା ।

ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଏରସମାର ଭୌଗୋଳିକ ସ୍ଥିତିକୁ ଛାରଖାର କରି ଚାଲିଗଲା। ଏହାର ପ୍ରଭାବରେ ଅନେକ ଘରଦ୍ୱାର, ଗଛ ଭାଙ୍ଗିବା ସହ ଶତାଧିକ ମଣିଷ, ଜୀବଜନ୍ତୁଙ୍କ ଜୀବନ ଯାଇଥିଲା। ତଥାପି ଏରସମାବାସୀଙ୍କ ମନରେ ସେଦିନର ଦୃଶ୍ୟ ଅଲିଭା ସ୍ମୃତି ହୋଇ ରହିଯାଇଛି।

ଅଧିକ ପଢନ୍ତୁ

Odisha Darpan Digital