ରାଜଧାନୀରେ ମାଛ ଝୋଳ ପାଇଁ ଗଡ଼ିଲା‌ ମୁଣ୍ଡ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲ ଭିତରେ ଗଡିଲା ମୁଣ୍ଡ । ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା । ମୃତକ ନାମ ପିତାମ୍ବର ଜେନା। ସେ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱରର ଡ଼ମଣା ସ୍ଥିତ ହୋଟେଲ ମା’ ତାରାଦେଇରେ । ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ପିତାମ୍ବର ଜେନା । ଡମଣା ସ୍ଥିତ ମା’ ତାରାଦେଇ ହୋଟେଲରେ କାମ କରୁଥିଲେ । ହୋଟେଲର ସମସ୍ତ କାମ ସରିବା ପରେ ହୋଟେଲର ଆଉ ଜଣେ କର୍ମଚାରୀ ପିତାମ୍ୱରଙ୍କୁ ମାଛ ଖାଇବାକୁ ମାଗିଥିଲେ ।

ସେ ମାଛ ଖାଇବାକୁ ନ ଦେବାରୁ ରାଗି ଯାଇଥିଲା ଦୁର୍ବୃତ୍ତ। ପରେ ହୋଟେଲର କର୍ମଚାରୀ ପିତାମ୍ବରଙ୍କୁ ପନିକିରେ ହାଣି ହତ୍ୟା କଲା। ମୃତକର ବେକ ଓ ହାତରେ ଆଘାତ ଲାଗିଛି । ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହୋଟେଲ ରୋଷେୟାଙ୍କ ମୃତ୍ୟୁ ହୋଇଛି । ହୋଟେଲ ମାଲିକଙ୍କ କହିବା ଅନୁଯାୟୀ, ଦୁହେଁ ହୋଟେଲରେ କାମ କରନ୍ତି । ଏକାଠି ମଧ୍ୟ ରୁହନ୍ତି । ହଠାତ୍ କାହିଁକି ଏମିତି ଘଟଣା ଘଟିଲା ତାହା ଜଣାନାହିଁ । ପୁରୁଣା ରାଗ ସୁଧାରିବା ପାଇଁ ଏମିତି ହୋଇଥାଇପାରେ । କାରଣ ହତ୍ୟା କାରୀ ଯିଏ ସେ ଜଣେ ହୋଟେଲ ର ନାନ ମିସ୍ତ୍ରୀ। ନାନ ତିଆରି କରିବା ତାର ଦାୟିତ୍ବ । ମୃତକ ପିତାମ୍ବର ଜେନା ରୋଷେୟା ଭାବେ କାମ କରୁଥିଲେ ।

ଅଧିକ ପଢନ୍ତୁ