SBI କ୍ରେଡିଟ୍ କାର୍ଡ ଓ ମ୍ୟୁଚୁଆଲ ଫଣ୍ଡର ନିୟମରେ ପରିବର୍ତନ

ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ସହିତ ଜଡିତ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୧ରୁ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ୧ ରୁ ଆପଣଙ୍କୁ ଅନସେଫ SBI କ୍ରେଡିଟ୍ କାର୍ଡ ଉପରେ ପ୍ରତି ମାସରେ ୩.୭୫ ଟଙ୍କା ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ବିଦ୍ୟୁତ୍, ଓ୍ଵାଟର ବିଲ୍, ଏଲପିଜି ଗ୍ୟାସ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବାରେ ୫୦,୦୦୦ ରୁ ଅଧିକ ଟଙ୍କା ଦେୟ ଉପରେ ଏକ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ସେହିଭଳି ମାର୍କେଟ ରେଗୁଲେଟର SEBI ମ୍ୟୁଚୁଆଲ ଫଣ୍ଡରେ ବାଣିଜ୍ୟର ନିୟମକୁ କଡାକଡି କରିବାକୁ ପ୍ରସ୍ତୁତି ଚଳାଇଛି। ଏହା ନଭେମ୍ବର ପ୍ରଥମରୁ କାର୍ଯ୍ୟକାରୀ ହେବ । ଯଦି ନୋମିନି କିମ୍ବା ତାଙ୍କ ସଂପର୍କୀୟ ୧୫ ଲକ୍ଷ ଟ୍ରାଞ୍ଜାକ୍ସନ କରନ୍ତି ତେବେ ତାଙ୍କୁ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ।

ଅଧିକ ପଢନ୍ତୁ

Odisha Darpan Digital