ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍ ରେଞ୍ଜ ଫୋରକାଷ୍ଟର ଆକଳନ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା କମ । ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋଜେନେସିସ ଅନୁସାରେ ଅବପାତରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ମାତ୍ର ୩୩ ପ୍ରତିଶତ ରହିଛି । ଓଡ଼ିଶା ଉପରେ ଦାନା ବାନ୍ଧୁଛି ଲଘୁଚାପ କୌଣସି ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ୭ ଦିନ ଯାଏଁ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ର ହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଓଡିଶା ରେ ନହେଲେ ନାହିଁ ଅନ୍ୟ ରାଜ୍ୟରେ ଯଦି ବାତ୍ୟା ହୁଏ ତେବେ ପାଞ୍ଜି କଥା ସତ ହେବ |