ମାଛୁଆଙ୍କ ଜାଲରେ ପଡିଲା ବିଶାଳ ମାଛ ।

ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ଆଜି ସକାଳେ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରିବାକୁ ନଈକୁ ଯାଇଥିଲେ । ମାଛ ଧରିବା ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଵୋଦ ମାଛ ଵୋଲି କହୁଛନ୍ତି। ଏହି ମାଛ ଵଜାରରେ କିଲୋ ପିଛା ଦୁଇ ଶହ ଟଙ୍କାରେ ଵିକ୍ରି ହୋଇଥାଏ। ତେଣୁ ଜାଲରେ ପଡିଥିବା ଏହି ମାଛକୁ ନିଲାମ କରାଯାଇଛି | ଏହି ମାଛକୁ ଦେଖିବାକୁ ବେଶ ଭିଡ ଜମିଥିଲା |

ଅଧିକ ପଢନ୍ତୁ

Odisha Darpan Digital