ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ ।

ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ ।ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ ସେ ନେଇ ଉଲ୍ଲେଖ କରି ନାହାଁନ୍ତି, ହେଲେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ | ତେବେ ୨୦୨୧ରୁ ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଗହମ ଯୋଗାଣ ବନ୍ଦ ଥିଲା । ନୂଆ ସରକାର ଆସିଲା ପରେ ଅକ୍ଟୋବର ମାସରୁ ଗହମ ମିଳିବ ବୋଲି ଯୋଗାଣ ବିଭାଗ କହିଥିଲେ ।

ଅଧିକ ପଢନ୍ତୁ