ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ।

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ଜିଲ୍ଲା ଅଧିକାରୀ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ । ଏହି କାମ କେଉଁ କମ୍ପାନୀ ନେବ, ସେଥିପାଇଁ ଗୋଟିଏ ଟେଣ୍ଡର କରାଯିବ। ଏଥିପାଇଁ ଟିକିଏ ଡେରି ହେଉଛି। ହେଲେ ଜାନୁଆରୀ ମାସରୁ ଚାଉଳ ସହ ଗହମ ଦିଆଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ମନ୍ତ୍ରୀ ଆହୁରି କହିଛନ୍ତି, EKYC ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାଖାପାଖି ୮୫% ଲୋକଙ୍କର EKYC ସରିଲାଣି । ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହେଲାଣି । ଆଉ ୧୫ଦିନ ଭିତରେ EKYC ପ୍ରକ୍ରିୟା ସରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ