ଝାଡ଼ଖଣ୍ଡ ନିର୍ବାଚନ : ପ୍ରଚାର କରିବେ ଓଡ଼ିଶା ମନ୍ତ୍ରୀ । 

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ପ୍ରଚାର କରିବେ ଓଡ଼ିଶା ମନ୍ତ୍ରୀ । ଆସନ୍ତାକାଲିଠୁ ୩ ଦିନିଆ ଗସ୍ତରେ ଝାଡ଼ଖଣ୍ଡ ଯିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ପାଇଁ ପ୍ରଚାର କରିବେ ନଗର ଉନ୍ନୟନ ମନ୍ତ୍ରୀ । ୮୨ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ଵର ୧୩ ଓ ୨୦ରେ ହେବ ଭୋଟ । ଗଣତି ହେବ ନଭେମ୍ବର ୨୩ ତାରିଖରେ। ତେବେ ୮, ୯ ଓ ୧୦ ତାରିଖରେ ଝାଡ଼ଖଣ୍ଡର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ବିଶେଷ କରି ଝାଡଖଣ୍ଡର ଯେଉଁ ୧୮ ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି, ସେଠାରେ ପ୍ରଚାର କରିବେ ଓଡ଼ିଶାର ବିଜେପି ନେତା ।

ଅଧିକ ପଢନ୍ତୁ