ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ତିନି ଦେଶ ଯାତ୍ରାରେ ବିଦେଶ ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ । ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୬୮ ପରେ ଏହା ପ୍ରଥମ ଯାତ୍ରା ହେବ । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଗୁଏନା ଗସ୍ତରେ ଯାଉଛନ୍ତି । ଏହି ଯାତ୍ରାରେ ଉଭୟ ପକ୍ଷ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ । ଏହା ବ୍ୟତୀତ ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ ସମ୍ବୋଧନ କରିବେ । ତେବେ ଭାରତ ଓ ନାଇଜେରିଆ ୨୦୦୭ରୁ ରଣନୈତିକ ଭାଗିଦାରୀ ରହି ଆସିଛନ୍ତି। ଦୁଇ ଦେଶ ଆର୍ଥିକ, ଉର୍ଜା ଓ ପ୍ରତିରକ୍ଷା ସହଯୋଗରେ କାମ କରି ଆସିଛନ୍ତି। ପ୍ରାୟ ୨୦୦ ଭାରତୀୟ କମ୍ପାନି ନାଇଜେରିଆରେ ୨୭ ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି।