ଖୁଆଡ଼ରେ ପ୍ରଥମ ଶିକାର କଲା ଜିନ୍ନତ

ମହାରାଷ୍ଟ୍ରରୁ ଅଣାଯାଇ ଗୁରୁବାର ସନ୍ଧ୍ୟାରେ ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ବାଘୁଣୀ ଜିନ୍ନତ ଖୁଆଡ଼ ଭିତରେ ପ୍ରଥମ ଶିକାର କରିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା। ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା।ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ କରିଥିଲା । ଏନେଇ ଏସଟିଆର ପକ୍ଷରୁ ସୂଚନା ମିଳିଛି । ଜୀନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସଟିଆର୍ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ