ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ ,ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ଚାଲିଛି। ଥର୍ମାଲ କ୍ୟାମେରାରେ ଏହି ଶୀତକାଳିନ ଗଣନା ଚାଲିଛି । ବର୍ଷକୁ ଦୁଇଥର ଏହି ହାତୀ ଗଣନା କରାଯାଏ । ଗ୍ରୀଷ୍ମ କାଳିନ ଓ ଶୀତ କାଳିନ ଗଣନା। ୧୭ ତାରିଖରେ ଜଣା ପଡିବ ଆଠଗଡ଼ ଜିଭିଜନ ରେ ହାତୀ ସଂଖ୍ୟା କେତେ ରହିଛି ।