ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ । ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ । ଓମ୍ଫେଡ ପାଣି, ଚକୋଲେଟ ଆସିବ । ବିଭିନ୍ନ ସ୍ଥାନରେ ଓମ୍ଫେଡ ପାର୍ଲର ଖୋଲାଯିବ ।
କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି । ପର୍ଯ୍ୟାୟ କ୍ରମେ ଆଉ ଖୋଲିବ । ଓମ୍ଫେଡର ୨ କୋଟି ବକେୟା ରାଶି ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ । ପୁରୀ ଜଗନ୍ନାଥ ମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ହେବ । ସପ୍ଲାଇ ଆରମ୍ଭ ହୋଇଛି । ସମସ୍ତ ମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।