ରାଜ୍ୟରେ ଆହୁରି କମିବ ତାପମାତ୍ରା । ବଢିବ ଶୀତର ପ୍ରକୋପ । ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବାର ନ ଥିବା ବେଳେ ଆଗାମୀ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଆଗାମୀ ୩ ଦିନ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି।ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି, ଦାରିଙ୍ଗବାଡିରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବର ୧୬.୦୮ ଓ କଟକରେ ୧୬.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀରେ ଘନ କୁହୁଡି ଦେଖାଦେଇଛି । ଭବାନୀପାଟଣାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ଫୁଲବାଣୀରେ ୨୦୦ ମିଟର ରହିଥିଲା ।