ବାଲିଯାତ୍ରା ଫୁଡ୍‌ ଷ୍ଟଲ୍‌ରେ ରେଡ୍‌: ଖାଦ୍ୟ ଷ୍ଟଲ୍‌ରୁ ବାସି ଖାଦ୍ୟ ଜବତ

ଆକ୍ସନ ମୋଡ଼ରେ ଫୁଡ୍‌ ସେଫ୍ଟି ଟିମ୍‌ । କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି।

ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି। ତେବେ ଆଜି ବିଭିନ୍ନ ଷ୍ଟଲ୍‌ରେ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡିକ ରଖାଯାଇଥିବା ସଂପର୍କରେ ଖବର ପାଇଁ ଚଢାଉ କରିଛି ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ ବିଭିନ୍ନ ବାସୀ ଖାଦ୍ୟ ଏବଂ ଖରାପ ତେଲ ଜବକ କରି ନଷ୍ଟ କରାଯାଇଛି । ଏହାସହିତ ସଂପୃକ୍ତ ଦୋକାନୀକୁ ଫାଇନ୍‌ ମଧ୍ୟ କରାଯାଇଛି । ଏହି ଚଢାଉରେ ୪ଟି ଟିମ୍‌ ନିୟୋଜିତ ହୋଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ