ରାଜ୍ୟରେ ଶୀତର ଲହରୀ ଜାରି

ରାଜ୍ୟରେ ତଳମୁହାଁ ହେଉଛି ପାରଦ। ରାଜ୍ୟରେ ଶୁକ୍ରବାର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ରେକର୍ଡ କରାଯାଇଛି ।। ସକାଳୁ କୁହୁଡ଼ିର ମାତ୍ରା କମ୍ ଥିଲା ବେଳେ ଶୀତ ଅନୁଭବ ହେଉଛି । ଲୋକେ ଶୀତରୁ ରକ୍ଷା ପାଇବାକୁ ଗ୍ରାମାଞ୍ଚଳର ଲୋକେ ନିଆଁ ପୁଉଁଛନ୍ତି । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ପାଣିପାଗ କେନ୍ଦ୍ରର ଆକଳନ କରିଛି ।

ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶିତ ବଢ଼ିପାରେ । କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡି ଓ କୋରାପୁଟରେ ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣା, ଝାରସୁଗୁଡା -୧୨, ରାଉରକେଲା ୧୨.୧ ଡିଗ୍ରୀ, ନବରଙ୍ଗପୁର ୧୨.୫, ଅନୁଗୁଳ, ହୀରାକୁଦ ୧୨.୬, ବଲାଙ୍ଗୀର ୧୩.୨, ରାୟଗଡା ୧୩.୬, କଟକ ୧୬.୪, ଭୁବନେଶ୍ୱର ୧୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଛି ।

ଅଧିକ ପଢନ୍ତୁ